କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ବଳଦେବ ଜୀଉଙ୍କ ଉନ୍ନତି ଲାଗି ରାଜ୍ୟ ସରକାର ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଭିଡିଓ କନଫେରେନ୍ସି ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳ , ମନ୍ଦିର ସେବାୟତ, ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ସୂଚନା ଅନୁସାରେ ମନ୍ଦିରର ଉନ୍ନତି ଯଥା ମନ୍ଦିରର ଚର୍ତୁପାଶ୍ୱ ଆଲୋକୀ କରଣ, ବଡ ଦାଣ୍ଡରେ ଆଧୁନିକରଣ ମାଧ୍ୟମରେ ଦୁଇ ପଟକୁ ଆଲୋକୀ କରଣ କରିବା ।
ସେହିଭଳି ବଳଦେବଜୀଉ ପୁଷ୍କରଣୀର ପୁନଃ ଉଦ୍ଧାର କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥି ସହିତ କେନ୍ଦ୍ରାପଡାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ମଧ୍ୟ ନିର୍ମାଣ କରାଯିବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ୫ ଟି ସଚିବ ଏବଂ ପୂର୍ତ୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକୁ ଆସନ୍ତା ରଥ ଯାତ୍ରା ପୂର୍ବରୁ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିି ।