ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପଶ୍ଚିମ ଏବଂ ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଥା ଶିଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କଲେ ଲୋକମାନେ ଉପକୃତ ହେବେ ବୋଲି ଚିଠିରେ ଲେଖିଛନ୍ତି । ତେବେ ଏହି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ।
ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବହୁ ଦିନ ହେବ ଲାଗି ରହିଛି ବିବାଦ । ଏହି ପ୍ରତିବାଦରେ ବହୁ ବାର ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଘ । ବାରମ୍ବାର ବନ୍ଦ ଡାକରା ଦେଲା ପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡି ନଥିଲା । ତେବେ ମୁଖ୍ୟମନ୍ତ୍ରୀ ଚିଠି ପରେ ଏବେ ବହୁତ ଖୁସି ଅଛନ୍ତି ଉଭୟ ପଶ୍ଚିମ-ଉତ୍ତର ଓଡିଶା ବାସୀ । କେସ ପାଇଁ ଏମାନେ କଟକ ଆସିବାକୁ ପଡୁଛି । ଫଳରେ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଖର୍ଚ୍ଚ ବଞ୍ଚାଇବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।