କଟକ(ଏଟିଆର ବ୍ୟୁରୋ): ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ରମଜାନ ମାସ ।କରୋନା ମହାମାରୀ ପାଇଁ ସିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରମଜାନରେ ମସଜିତରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମସଜିତରେ ନମାଜ ପଢିବା ପାଇଁ ୧୦୦ ଲୋକଙ୍କୁ ଅନୁମତି ମିଳିଛି ।
ସେହିପରି ମାସ୍କ,ବ୍ୟବହାର କରିବା ସହ ୬ ଫୁଟ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ମସଜିଦ ସମ୍ମୁଖରେ ହ୍ୟାଣ୍ଡ ସାନିଟାଇଜେସନ ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି । ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ନମାଜ ପାଇଁ ଅନୁମତି ମିଳିବନି ।ସେହିପରି ଭୁବନେଶ୍ୱରରେ ମଧ୍ୟ ରିଲିଫ କମିଶନର ଗାଇଡଲାଇନ ଜାରି କରିଛନ୍ତି ।
ବିଏମସି କଟକଣା ଅନୁଯାୟୀ, ରମଜାନ ପାଇଁ ମୁସଲମାନଙ୍କ ଦୁଇଟି ଗ୍ରୁପର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି। ଖୁବଶୀଘ୍ର ଏନେଇ ଜାରି ହେବ ଏସଓପି । ଶୁକ୍ରବାର ଦିନ ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତାଠାରୁ ଶତକଡା ୫୦ଭାଗ ଲୋକଙ୍କ ପାଇଁ ଅନୁମତି ଦିଆଯିବ ।ଏହାକୁ ବିଏମସି ପକ୍ଷରୁ କଡାକଡି କାର୍ୟ୍ୟକାରୀ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।