ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱର କୋଣ ଅନୁକୋଣରେ ହେଉଛି ଯୋଗାଭ୍ୟାସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶରୀର, ମନ ଓ ଆତ୍ମାର ସନ୍ତୁଳନ ରକ୍ଷା କରି ଯୋଗ ସକରାତ୍ମକ ଚିନ୍ତାଧାରାର ବିକାଶ କରିଥାଏ । ବସୁଧୈବ କୁଟୁମ୍ବକମ ଭାବ ଧାରାରେ ବଞ୍ଚିବା ହେଉଛି ଯୋଗ ଏକ ମାଧ୍ୟମ । ସମସ୍ତେ ନିଜ ଜୀବନରେ ଯୋଗକୁ ଅପରିହାର୍ଯ୍ୟ ଭାବେ ଗ୍ରହଣ କରି ସୁସ୍ଥ ରହିବା ସହ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।