ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଭୀଷଣ ଜାଡ । ଏହି ସମୟରେ ଗରମ ଚା’ କିମ୍ବା କଫି ପିଇବାକୁ ନିଶ୍ଚିତ ରୂପେ ଇଛା ହେଉଥିବ । କିନ୍ତୁ ଅନେକ ସମୟରେ ଲୋକେ ଜାଣିପାରନ୍ତି ନାହିଁ କି ଶରୀର ପାଇଁ କ’ଣ ଲାଭଦାୟକ । ଗରମ ନା ଥଣ୍ଡା କଫି । ଏହସହିତ କାହା ଯୋଗୁଁ ଶରୀରରେ ଖରାପ ପ୍ରଭାବ ପଡିଥାଏ ।
ନିକଟରେ ହୋଇଥିବା ଥମସ ଜେଫର୍ସନ ୟୁନିଭରସିଟି ଗବେଷଣାରୁ ଜାଣିବାକୁ ମିଳିଛି ଯେ ହଟ୍ ବ୍ରୁ କଫି ଅପେକ୍ଷା କୋଲ୍ଡ କଫି ଖୁବ୍ ଭଲ । ହଟ୍ କଫିରେ ଅତ୍ୟଧିକ ଆଣ୍ଟି ଅକ୍ସିଡେଣ୍ଟ ମହଜୁଦ ଥାଏ । ଯଦି ଆପଣ ହଟ୍ କଫିକୁ ସାମାନ୍ୟ ମାତ୍ରରେ ନେବେ ତାହାଲେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ସାବ୍ୟସ୍ତ ହେବ ।
ଅନ୍ୟପଟେ କିଛି ଲୋକଙ୍କ କହିବାନୁଯାୟୀ କୋଲ୍ଡ କଫି ପିଇବା ଦ୍ୱାରା ଏସିଡିଟି କମ୍ ହୋଇଥାଏ । କିନ୍ତୁ ହଟ୍ କଫିରେ ଅତ୍ୟଧିକ ଏସିଡିଟ୍ ହୁଏ । ମାତ୍ର ଏହାର ମାନେ ନୁହେଁ କି ଉଭୟ କଫିରେ ଏସିଡିଟି ମାତ୍ରା ସମାନ ରହିଛି । କୋଲ୍ଡ କଫିରେ କ୍ୟାଫିନ୍ କଂସଟ୍ରେସନ ଅଧିକ ଥାଏ, ଯାହା ଆପଣଙ୍କୁ ଅନିଦ୍ରା ଭଳି ଗମ୍ଭୀର ରୋଗରେ ଗ୍ରାସିଥାଏ । ସେଥିପାଇଁ ବେଡ୍ କୁ ଯିବାର ୪ ଘଣ୍ଟା ପୂର୍ବରୁ କୋଲ୍ଡ କଫି ପିଇବା ଠିକ୍ ରହିବ ।