ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଠାରୁ ପୁଣି ଶୀତ ଲେଉଟାଣି ମାରିଛି । ତେବେ ଲେଉଟି ଥିବା ଏହି ଶୀତ ଆଉ ୨ ଦିନ ଜାରି ରହିବ । ଗତ ସପ୍ତାହେ ହେଲା ଶୀତ କମ ରହିଥିବା ବେଳେ ପୁଣି ଶୀତ ଲେଉଟିଥିବାରୁ ରାତିରେ ଶୀତର ପ୍ରକୋପ ବଢିଛି । ତେବେ ଆସନ୍ତା ୨୮ ତାରିଖ ଠାରୁ ଶୀତ ଧିରେ ଧିରେ କମିବ । ୨୮ ତାରିଖ ଠାରୁ ରାଜ୍ୟରେ ୫ ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଶୀତ ବଢିବାକୁ ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ରହିଛି ।
ସମ୍ଭାବ୍ୟ ଶୀତକୁ ଆଖିରେ ରଖି ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲମାନଙ୍କରେ ବାସହୀନ ଲୋକମାନଙ୍କ ରହିବା ପାଇଁ ବନ୍ଦୋବସ୍ତ କରିାବକୁ ନିର୍ଦେଶ ରହିଛି । ତେବେ ବର୍ଷା ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା । ୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର , ଅନୁଗୁଳ, ସୋନପୁର ଜିଲ୍ଲା ।