ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଖସୁଛି ପାରଦ , ବଢୁଛି ଶୀତ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ ଟି ଜିଲ୍ଲାକୁୂ ଶୀତଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଫଳରେ ଗତ ୩ ଦିନ ହେଲା ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା ସହ ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି।
ସୁନ୍ଦରଗଡ , ଅନୁଗୁଳ, ବରଗଡ, ସମ୍ବଲପୁର , ଦେବଗଡ , ଢେଙ୍କାନାଳ, କେନ୍ଦୁଝର , ସୋନପୁର , କନ୍ଧମା.ନୂଆବଡା , ବଲାଙ୍ଗିର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି କୋରାପୁଟ , ମାଲକାନଗିରି , ର କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାତ୍ରିର ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।ଫୁଲବାଣୀର ରାତ୍ରି ତାପମାତ୍ରା ପୁଣି ଥରେ ୫ ଡିଗ୍ରି ତଳକୁ ଖସି ୪.୫ ଡିଗ୍ରିରେ ପହଞ୍ଚିଛି। ଏଥିସହ ଅଧିକାଂଶ ସ୍ଥାନର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ତଳକୁ ଖସି ଯାଇଛି।