ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କାଳିଆ ଟଙ୍କା ଫେରାଇବା ଉପରେ ଏବେ ବ୍ରେକ ଲଗାଇଛନ୍ତି ସରକାର । ଅଯୋଗ୍ୟ ହିତାଧୀକରି କାଳିଆ ଟଙ୍କା ଫେରାଇବା ପାଇଁ ସରକାର ଜାରି କରିଥିବା ନିର୍ଦେଶରେ ଏବେ ସରକାର ସ୍ଥଗିତ ରଖିଛନ୍ତି । କୃଷି ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି । କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ।
ସୂଚନାଯୋଗ୍ୟ ରାଜ୍ୟ ସରକାର ପାଖାପାଖି ୧ ଲକ୍ଷ ୬ ହଜାର ଚାଷୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିଲେ । ଏନେଇ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ବିରୋଧୀ ବିରୋଧ କରିଥିଲେ । କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର । ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା ।