ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ଖୋଲିଛି । ଆରମ୍ଭ ହୋଇଛି ଡିଗ୍ରୀ ଓ କଲେଜ ଗୁଡିକର ୟୁଜି ଓ ପିଜି ଓ ବୈଷୟିକ ଶିକ୍ଷାନୁଷ୍ଠାନର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । ପ୍ରଥମ ଦିନରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଆସିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢା କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।
ଶିକ୍ଷାନୁଷ୍ଠାନ ଖୋଲିବାର ପ୍ରଥମ ଦିନରେ ହିଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କଲେଜ ପରିଦର୍ଶନରେ ଆସିଥିଲେ । ଏବଂ ଦିଆଯାଇଥିବା ଗାଇଡଲାଇନ କୁ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ ଏ ନେଇ ଭୂବନେଶ୍ୱର ରାଜଧାନୀ କଲେଜ ପରିଦର୍ଶନ କରିଥିଲେ ।
ଦୀର୍ଘ ଦିନ ଧରି କଲେଜ ବନ୍ଦ ରହିଥିବାରୁ ପିଲାମାନେ ଅନଲାଇନ ମାଧ୍ୟମରେ କ୍ଲାସ କରୁଥିଲେ । ତେବେ କ୍ୟାମ୍ପସ ଭିତରକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କୁ କଡାକଡି ଭାବେ ପାଳନ କରାଯିବ । ଏବଂ ଏହା ସହ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ଶ୍ରେଣୀଗୃହରେ ଦରତା ରକ୍ଷା କଡାକଡି ଭାବେ ପାଳନ କରାଯିବ ।
ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହଷ୍ଟେଲରେ ଆଇସୋଲେସନ ରୁମ ପ୍ରସ୍ତୁତ କରାଯାଇଛି । ମାର୍ଚ୍ଚ ୧୬ରେ ପରୀକ୍ଷା ଥିବାରୁ ଏହାପୂର୍ବରୁ ସମସ୍ତ ପାଠ୍ୟକ୍ରମ ସାରିବା ସହ ରିଭିଜନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସାଧାରଣତନ୍ତ୍ର ଦିନବ , ସରସ୍ୱତୀ ପୂଜା ଓ ଉତ୍କଳ ଦିବସରେ କ୍ସାସ ହେବ ନାହିଁ ବୋଲି କୁହାଯାଇଛି ।