ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ଖୋଲିଛି ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ । ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ ଅନୁସାରେ ଖୋଲିଛି କଲେଜ ।ୟୁଜି ଓ ପିଜିର ଶେଷ ବର୍ଷର ଛାତ୍ରଛାତ୍ରୀ କରୁଛନ୍ତି କ୍ଲାସ । ଦୁଇଟି ସେକ୍ସନରେ କ୍ସାସ କରୁଥିବା ବେଳେ ପ୍ରତି ଅଧଘଣ୍ଟା ବ୍ୟବଧାନ ମଧ୍ୟରେ ରଖାଯାଇଛି ।
ଜାନୁଆରୀ ୧୧ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ସାସ ଚାଲୁଥିବା ବେଳେ ମାର୍ଚ୍ଚ ୧୬ ରୁ ୩୧ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ସେମିଷ୍ଟାର ପରୀକ୍ଷା ହେବ । ଓ ଏପ୍ରିଲ ୩୦ ତାରିଖରେ ୩୦ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ସେହିଭଳି ଏପ୍ରିଲ ୨ ରୁ ଜୁନ ୧୫ ପର୍ଯ୍ୟନ୍ତ ୟୁଜି ଓ ପିଜି ଓ ଶେଷ ସେମିଷ୍ଟାର କ୍ସାସ ହେବା ସହ ଜୁନ ୧୬ ରୁ ୩୦ ତାରିଖ ମଧ୍ୟରେ ୟୁଜି ଓ ପିଜିର ଶେଷ ସେମିଷ୍ଟାର ପରୀକ୍ଷା ହେବ ।
ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କ୍ୟାମ୍ପସ ଭିତରକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି । କ୍ଲାସରୁମରେ ହେଇଥିବା ପାଠପଢାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଥିବା ଛାତ୍ରଛାତୀଙ୍କୁ ପ୍ରଦାନ କରାଯିବ ।କ୍ସାସ ରୁମରେ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ଉପରେ ଗୂରୁତ୍ୱ ଦିଆଯିବ ।
କ୍ୟାମ୍ପସ ମଧ୍ୟରେ ଏଣେତେଣେ ଛିପ ନପକାଇବା ସହ କାଶ ଓ ଛିଙ୍କ ସମୟରେ ପାଟି ନାକ ଯେପରି ରୁମାଲରେ ଆବଦ୍ଧ ରହିବ ସେଥିପ୍ରତି ଛାତ୍ରଛାତ୍ରୀମାନେ ସଜାଗ ରହିବେ । ଏବଂ ନିଜକୁ ଅନ୍ୟ ମାନଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।