ବ୍ରହ୍ମପୁର (ଏଟିଆର ବ୍ୟୁରୋ) : ଛାତ୍ର ସଂସଦ ନିର୍ବାଚନକୁ ନେଇ ସମସ୍ତ କଲେଜ କ୍ୟାମ୍ପସରେ ଲାଗିରହିଛି ଉତେଜନା । ଏହି ଉତେଜନା ପାଇଁ ପାଠ ପଢ଼ିବାକୁ ଆସିଥିବା ଛାତ୍ର ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏବଂ କେତେକ ଛାତ୍ର ନିଜର ରାଜନୋତିକ ଭବିଷ୍ୟତକୁ ନେଇ କଲେଜ ଜୀବନରୁ ହିଁ ଆରମ୍ଭ କରିଥାନ୍ତି ରାଜନୀତି । ମାତ୍ର ନିର୍ବାଚନ ବାତିଲକୁ ସହ୍ୟ ନକରିପାରି କ୍ୟାମ୍ପସରେ ଏହି ଛାତ୍ରମାନେ ଅନେକ ବିଶୃଙ୍ଖଳା ସୃଷ୍ଠି କରିଥାନ୍ତି । ଯାହାର କଷ୍ଠ ଭୋଗିଥାନ୍ତି ମେଧାବୀ ଛାତ୍ର ଛାତ୍ରୀମାନେ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜ ବିହାର ତଥା ବ୍ରହ୍ମପୁର ୟୂନିଭର ସିଟିରେ । କାଲି ପ୍ରାଥୀପତ୍ର ନାକଚ ହେବାପରେ କ୍ୟାମ୍ପସରେ ଗଣ୍ଡଗୋଳ ହେବା ସହ ଉତ୍ତେଜନା ହୋଇଥିଲା । ଯାହା ଫଳରେ ୟୂନିଭର ସିଟିରେ ଅନିଦ୍ଧିଷ୍ଠ କାଳ ଯାଏଁ ସାଇନ୍- ଏ-ଡାଏ ଜାରି ହୋଇଛି । ଏଣୁ ଆଜି ସକାଳ ସୁଦ୍ଧା ସମସ୍ତ ଛାତ୍ର ଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଧେଶ ଦିଆଯାଇଛି ।
ଗତ କାଲି ଉତ୍ତେଜନାରେ ଛାତ୍ର ଛାତ୍ରୀମାନେ ପିଜି କାଉନସିଲ ଅଫିସରେ ଭଙ୍ଗାରୁଜା କରିବା ସହ ପିଜି କାଉନସୀଲର ଅଧ୍ୟକ୍ଷ ଏବଂ ୟୂନିଭରସିଟିର ବହୁ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ । ଏବଂ କ୍ୟମ୍ପସରେ ଟାୟାର ଜାଳି ଉତ୍ୟକ୍ତ ଛାତ୍ରମାନେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏଣୁ ଆଗକୁ କାଳେ ଅଧିକ ଗଣ୍ଡଗୋଳ ହେବ କିମ୍ବା କ୍ୟାମ୍ପସର କ୍ଷୟକ୍ଷତିକୁ ଆଖିରେ ରଖି ପୋଲିସ୍ ମୃତୟନ କରିଯାଇଛି । ଏବଂ ଛାତ୍ର ଛାତ୍ରୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଧେଶ ଦିଆଯିବା ସହ ନିର୍ବାଚନକୁ ବାତିଲ କରାଯାଇଛି ।