ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ଗତ କାଲି ଟ୍ରମିନାଲ ୧ ଓ ଟ୍ରମିନାଲ ୨କୁ ଲିଙ୍କ କରୁଥିବା ଛାତ ଭୁସୁଡି ଜଣକର ମୃତ୍ୟୁ ଘଟିଛି ଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହାତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଛାତ ଭୁସୁଡିବା ପରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ଭଗ୍ନାବଶେଷ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପରେ ସଂନ୍ଧାନୀ କୁକୁର ସାହାର୍ଯ୍ୟରେ ମର ଶରୀର ଠାବ କରି ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ କୁ ନିଆଯାଇଥିଲା ଏବଂ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ ।
ତେବେ ନିର୍ମାଣଧୀନ ଛାତ କେମିତି ଭୁସୁଡିଲା ଏହାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ମୃତ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାର ପକ୍ଷରୁ ସରକାରଙ୍କ ପାଖରେ ଦାବି କରିଛନ୍ତି ।
ମୃତ ଅନ୍ତର୍ଯ୍ୟାମୀ ଗୁରୁ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ହେତୁ ତାଙ୍କ ପରିବାର ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ପାଇଁ କ୍ଷତି ପୂରଣ ଦାବି କରିଛନ୍ତି । କ୍ଷତିପୂରଣ ବାବଦକୁ ପରିବାର ଲୋକେ ୨୦ଲକ୍ଷ ଟଙ୍କା ଦାବି କରିଛନ୍ତି ।
ସେପଟେ ପୋଲିସ ଠିକା ସଂସ୍ଥା ଦୀଲିପ କନଷ୍ଟ୍ରକସନର ମୁଖ୍ୟ ଦୀଲିପ ଖଟେଇଙ୍କୁ ଅଟକ ରଖି ପଚରାଉଚ୍ଚରା କରୁଛି ।