ଭୁବନେଶ୍ୱର (ଏଟିଆର ବ୍ୟୁରୋ); କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସରକାରୀ ବାସ ଭବନ ଉପରକୁ ଅଣ୍ଡା ଏବଂ ଟମାଟୋ ମାଡ କରିଛନ୍ତି କଂଗ୍ରେସ ମହିଳା କର୍ମୀ । ପିପିଲି ବେବିନା ଗଣଦୁର୍ଷ୍କମ ମାମଲାରେ ରାୟ ଆସିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ଏଭଳି ଅଭାବନୀୟ ଘଟଣା ଘଟାଇଥିବାା ଜଣା ପଡିଛି । ଅଦାଲତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ପ୍ରମାଣ କରିବା ପରେ ଶ୍ରୀ ମହାରଥୀଙ୍କ ବିବାଦୀୟ ବୟାନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି । କୋର୍ଟ ରାୟ ଦେବା ପରେ ଖିର ଖିର ଏବଂ ପାଣି ପାଣି ହୋଇଗଲା ବୋଲି କହିଥିଲେ ମନ୍ତ୍ରୀ । ତେବେ ବେବିନାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କଥା ସାରା ଓଡିଶାରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ମନ୍ତ୍ରୀ କହିଥିଲେ କି ବେବିନାଙ୍କୁ ଠିକ ନ୍ୟାୟ ମିଳିଛି
। ଏଣୁ ଏଥିରେ ଅଷନ୍ତୋସ ପ୍ରକାଶ କରିଥିଲେ ବିଜେପି ଏବଂ କଂଗ୍ରେସର ମହିଳା କର୍ମୀ ।
ତେବେ ଶ୍ରୀ ମହାରଥୀଙ୍କ ବୟାନ ମହିଳା ଜାତି ପ୍ରତି ଅପମାନ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି। ଏଥିପାଇଁ ଆଜି ସକାଳେ ମହିଳା କଂଗ୍ରେସ ପକ୍ଷରୁ ଝାଡ଼ୁ ଧରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘର ଆଗରେ ବିକ୍ଷୋଭ କରାଯିବା ସହିତ ଘର ଉପରକୁ ଟମୋଟୋ ଓ ଅଣ୍ଡା ଫିଙ୍ଗା ଯାଇଥିଲା। ମହରଥୀଙ୍କ ବିବାଦୀୟ ବୟାନ ନେଇ ଛାଞ୍ଚୁଣୀ ଧରି ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଆଉ ଏହି ସମୟରେ ମହାରଥୀଙ୍କୁ ବାସଭବନ ଭିତରକୁ ଧସେଇ ପଶିବାକୁ ମହିଳା କଂଗ୍ରେସ କର୍ମୀ ଉଦ୍ୟମ କରିବାରୁ ପୋଲିସ ଓ ମହିଳା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ମହିଳା କଂଗ୍ରେସ କର୍ମୀମାନେ ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ପଚା ଟମାଟୋ ମାଡ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ସେଠାରୁ ଉଠାଇ ନେଇଛି।