ଅହମ୍ମଦାବାଦ(ଏଟିଆର ବ୍ୟୁରୋ):ଗୁଜୁରାଟ ର ପୁର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲିଙ୍କ ୯୪ ବର୍ଷ ବୟସରେ ପରଲୋକ ଘଟିଛି । । ବୈଦେଶିକ ମନ୍ତ୍ରୀ ଭାବେ ସେ ଦେଶ ପାଇଁ କାମ କରିଥିଲେ ।
୧୯୨୭ ମସିହାରେ ଜୁଲାଇ ୩୦ ରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୮୧ ମସିହାରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।୧୯୮୫ ମସିହାରେ ସେ ଇସ୍ତଫା ଦେଇଥିଲେ । ଓ ପରେ ୧୮୨ ଆସନରୁ ୧୪୯ ଟି ଆସନରେ ବିଜୟୀ ହୋଇ ପୁଣିଥରେ କ୍ଷମତାକୁ ଫେରିଥିଲେ ।
ସୋଲିଙ୍କ ବିୟୋଗରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ସୋଲିଙ୍କ ସମାଜ ସେବା ପାଇଁ ସେ ଉତ୍କଷ୍ଟ ହୋଇ ରହିବେ । ଏବଂ ତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖିତ ବୋଲି ସେ କହିଛନ୍ତି । ଏହା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି କଂଗ୍ରେସ ଆଦର୍ଶ ଏବଂ ସାମାଜିକ ନ୍ୟାୟ ସୁଦୃଢ କରିବାରେ ତାଙ୍କର ଅବଦାନ ନିମନ୍ତେ ସେ ସ୍ମରଣୀୟ ହୋଇ ରହିବେ ବୋଲି ଟୁଇଟ କରି କହିଛନ୍ତି ।