ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନ କୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ,ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ।
ତେଲ ଦର ୧୨ ଦିନ ବୃଦ୍ଧି ପାଇବା ପରେ ୨ ଦିନ ଅପରିବର୍ତ୍ତିତ ରହିଥିଲା । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଦର ୩୫ ପଇସା କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସାକୁ ଓ ଡିଜେଲ ପିଛା ୪୩ ପଇସା କୁ ବୃଦ୍ଧି ପାଇଛି ।