ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ବିଧାୟକ ମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହୋ ହାଲ୍ଲା କରିଛନ୍ତି । ବାଚସ୍ପତିଙ୍କ ଅଭିଭାଷଣରୁ ହିଁ କଂଗ୍ରେସ ଆରମ୍ଭ କରିଥିଲା ହୋ ହାଲ୍ଲା । ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୂ ନେଇ ମଧ୍ୟ କଂଗ୍ରେସ ବାଚସ୍ପତିଙ୍କୁ ଘେରିଥିଲା । ଏମିତିକି ନିଜ ସିଟ ଛାଡି ବାଚସ୍ପତିଙ୍କ ଟେବୁଲ ପାଖକୁ ଆସି ହୋ ହାଲ୍ଲା କରିଥିବା ଦେଖା ଯାଇଛି ।
ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର କହିଛନ୍ତି ବିରୋଧୀ ଦଳ ନେତା କିଏ ବାଚସ୍ପତି ଗୃହରେ ଘୋଷଣା କରି ନାହାନ୍ତି । କିନ୍ତୁ ବିରୋଧୀ ଦଳ ନେତା ଭାବେ ପ୍ରଦୀପ୍ତ ନାଏକଙ୍କୁ ଭାଷଣ ରଖିବାକୁ ଡାକିଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ମେଣ୍ଟ ଘୋଷଣା ହୋଇ ନଥିଲେ ମଧ୍ୟ ଦୁଇ ଦଳ ଏକାଠି ରହିଛନ୍ତି । ଯାହା ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭାରେ ବିଜେଡିର ସମର୍ଥନରୁ ଜଣା ପଡୁଛି ବୋଲି ସେ କହିଛନ୍ତି । ଦୁଇ ଦଳ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ରାଜ୍ୟପାଳ ନିଜ ଅଭିଭାଷଣରେ କେନ୍ଦ୍ରର ଅବହେଳା କଥା ଉଠାଇ ନାହାନ୍ତି ବୋଲି ସେ କହିଛନ୍ତି ।
ସେହିଭଳି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିରୋଧୀ ଦଳ ନେତା ଘୋଷଣା ହେବା ପାଇଁ ଯେଉଁ ପ୍ରକ୍ରିୟା ହେବା କଥା ତାହା ହୋଇ ନାହିଁ ବୋଲି ସେ କହିଛନ୍ତି ।