ଢେଙ୍କାନାଳ ( ଏଟିଆର ବ୍ୟୁରୋ): ଢେଙ୍କାନାଳରେ ପୁଣି ଏକ ଯୋଡା ଶିଶୁ । ବିରଳ ଅସ୍ତ୍ରୋପଚାର ପରେ ଦିଲ୍ଲୀ ଏମସର ୁସୁସ୍ଥ ହୋଇ ଏଇ ଅଳ୍ପ ଦିନ ପରେ ଓଡିଶା ଫେରିବେ ଜଗାବଳିଆ । ତେବେ ଢେଙ୍କାନାଳରେ ପୁଣି ଯୋଡା ଶିଶୁ କନ୍ୟା ଜନ୍ମ ହୋଇଛନ୍ତି । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ଏହି ଯୋଡା ଶିଶୁ କନ୍ୟାଙ୍କର ଛାତିରୁ ପେଟ ଯାଏ ଯୋଡି ହୋଇ ରହିଛି ।
ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରା ଏବଂ ରେଣୁବାଳା ବେହେରାଙ୍କର ଏହି ଯୋଡା ପିଲା ହୋଇଛନ୍ତି । ରେଣୁବାଳା ଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସରେ ଢେଙ୍କାନାଳ ହସ୍ପିଟାଲ ଅଣାଯାଇଥିଲା । ମହିଳାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁଥିରେ ଏହି ଯୋଡା ଶିଶୁ ଜନ୍ମ ନେଇଥିଲେ । ଏସ୍ଏନସିୟୁରେ ଭତ୍ତି କରିବା ପରେ ଶିଶୁ ଦୁଇଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଛି ।ଶିଶୁ କନ୍ୟା ଦୁହିଁଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ଶିଶୁଭବନ ପଠାଯାଇଛି। ଉଭୟଙ୍କ ହାର୍ଟ ଯଦି ଦୁଇଟି ଥିବ ତେବେ ଶିଶୁ ଦୁଇଟିଙ୍କୁ ଅଲଗା କରିହେବ ବୋଲି ଡାକ୍ତର କହିଛନ୍ତି । ରେଣୁବାଳା ବେହେରାଙ୍କ ଏହା ହେଉଛି ଦ୍ୱିତୀୟ ଗର୍ଭ ବୋଲି ଜଣା ପଡିଛି ।