ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଗଜ୍ୟରେ ଦିନକୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବାରୁ କଟକଣା ଜରୁରୀ ହୋଇପଡିଲାଣି । ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟର ୨ ଜିଲ୍ଲାର ୩ ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
କଳାହାଣ୍ଡି ଜିଲ୍ଲା ବୃନ୍ଦାବାହାଳ ପଞ୍ଚାୟତ ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।ଏହି ଅଞ୍ଚଳବାସୀଙ୍କ ବାହାରକୁ ଯାତାୟତ କରିବା ଉପରେ ମଧ୍ୟ କଟକଣା ଳାଗୁ କରାଯାଇଛି ।
କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବୃନ୍ଦବାହାଳ ପଞ୍ଚାୟତର ଲିମସେର ଗାଁର ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି । ଏନେଇ ସମ୍ପୃକ୍ତ ଗାଁ କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ସରପଞ୍ଚ ।ଆଜିଠୁ ଲାଗୁ ହୋଇଥିବା କଟକଣା ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି ।
ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଡାକପାଲର ସ୍କୁଲ ସାହିରୁ ୮ ପଜିଟିଭ ଓ ୫ ନଂ ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାପରେ ୨ ନମ୍ବର ୱାର୍ଡ ଡାକପାଲର ସ୍କୁଲ ସାହି ଓ ୫ ନଂ ୱାର୍ଡର ୫ଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।ସେହିପରି କଳାହାଣ୍ଡି ଜିଲ୍ଲାରୁ ୨୯ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।