ଚୌଦ୍ୱାର (ଏଟିଆର ବ୍ୟୁରୋ): ଟ୍ରଲରକୁ ପଛପଟୁ ଧକ୍କା ଦେଲା କଣ୍ଟେନର । ସ୍ପିଡ୍ ଏତେ ମାତ୍ରାରେ ଥିଲା ଯେ କଣ୍ଟେନରର ସମୁଖ ଭାଗ ସମ୍ପୂର୍ଣ୍ଣ ଚେପା । ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଘଟଣାଟି କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଘଟିଛି ।
ଖବରମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ଦୃତ ଗତିରେ ଆସି ରାସ୍ତା କଡରେ ଥୁଆ ହୋଇଥିବା ଟ୍ରଲରର ପଛପଟେ ପିଟି ହୋଇଥିଲେ । ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର ଉଭୟଙ୍କର ମୃତ୍ୟୁ ଘଟିଛି । ଘଟଣାରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଅନ୍ୟପଟେ ଆଉ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।