ସମ୍ବଲପୁର(ଏଟିଆର ବ୍ୟୁରୋ):ସମ୍ବଲପୁର ବୁର୍ଲା ଭିସୁଟରେ ଲାଗିଥିବା କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି । ଟେଷ୍ଟିଂ ଶେଷ ହେବା ପରେ ଲାଗିଥିବା କଟକଣାକୁ ହଟାଇଛି ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି ।
ଭିସୁଟରେ ୨୫ ଜଣ ଛାତ୍ରଛାତ୍ରୀ କରୋନ।ରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଏହାପରେ ୨୮ ତାରିଖରେ ଭିସୁଟକୁ ସଟଡାଉନ ଘୋଷଣା କରାଯାଇଥିଲା । ଅତିରିକ୍ତ ମଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି କ୍ୱିଟ ଖରାପ ହୋଇଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା ।
କିନ୍ତୁ ଆରଟିପିସିଆର ଟେଷ୍ଟରେ କେହି ପଜିଟିଭ ଆସିନଥିଲେ ।୨୭ ତାରିଖରେ ପ୍ରଶାସନ ପକ୍ଷରୁ ଭିସୁଟ ପରିସରରେ ଥିବା ୧୧ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା ।ଭିସୁଟରେ ୨୫ରୁ ଅଧିକ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏଭଳି କିଛି ସ୍ପଷ୍ଟିକରଣ ରଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ।