ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରାୟ ସବୁ ଦିନ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାରି ଭିତରେ ପୁରୀ ଜୁଡିସିଆଲ କୋର୍ଟରେ ଜଣେ ଆଇନଜୀବୀ ଓ ଜଣେ ମୋହରୀଙ୍କୁ କରୋନା ହୋଇଥିବାର ଜଣାପଡିଛି । ଏହା ପରେ କୋର୍ଟ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସକୁ ବନ୍ଦ କରି ଦିଆଯାଇଛି ।
କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହା ସହ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅନ୍ୟପଟେ ବ୍ରହ୍ମଗିରି ଅଞ୍ଚଳରୁ ଜଣେ କରୋନା ପଜେଟିଭ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ । ବ୍ରହ୍ମଗିରି ବଜାରର ମାରୱାଡି କୋଠା, ଛକ ସିଲ କରାଯିବା ସହ ବ୍ରହ୍ମଗିରି ଥାନା ଛକ, ନାରଣପୁର ଛକ, ପଂଚୁଦୋଳ ମେଳଣ ପଡିଆ ଛକ ପଂଚାୟତ ସିଲ କରିଛି ଜ୍ଝ