ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ଥମିବାର ନାଁ ଧରୁନି । ଏନେଇ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହିତ କେବଳ ଜରରୀ କାମରେ ନିୟୋଜିତ ଥିବା କର୍ମୀଙ୍କ ବାଦ୍ ଦେଲେ ସମସ୍ତଙ୍କୁ ଘରେ ରହିବା ପାଇଁ ବାରମ୍ବାର ସରକାରଙ୍କ ପକ୍ଷରୁ ସତର୍କ କରାଯାଉଛି । ମାତ୍ର କିଛି ଲୋକ ଏହି ଲକ୍ ଡାଉନ୍ ପ୍ରକ୍ରିୟାକୁ ପାଳନ କରୁ ନାହାନ୍ତି । ବାହାରେ ବୁଲୁଛନ୍ତି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏକ ଟ୍ୱିଟ କରାଯାଇଛି ।
ଟ୍ୱିଟ୍ ଜରିଆରେ କୁହାଯାଇଛି କି, ବାହାନା ନୁହେଁ, ଜୀବନ ବାଛନ୍ତୁ । ବାହାରକୁ ଯିବା ପାଇଁ ବ ବାହାନା ନ କରି ଘରେ ରୁହନ୍ତୁ । ରାଜ୍ୟ ତଥା ଦେଶ ବାହାରୁ ଯଦି କେହି ପରିଚିତ ଲୋକ ଆସିଥାନ୍ତି ତେବେ ତାଙ୍କ ଭଲ ବ୍ୟବହାର କରନ୍ତୁ । ହେଲ୍ଥ ହେଲ୍ପଲାଇନ ୧୦୪କୁ ଜଣାଇବା ସହ ପୃଥକବାସରେ ରହିବାକୁ ପରାମର୍ଶ ଦିଅନ୍ତୁ ।
ଏହାସହିତ ଲକ୍ ଡାଉନ୍ ସମୟରେ କମେଡିଆନ୍ ନଟିଆ କିପରି ନିର୍ଦ୍ଦେଶ ପାଳନ କରୁଛି ତାର ଏକ ଭିଡିଓ ଜାରି କରାଯାଇଛି ।
ବାହାନା ନୁହେଁ, ଜୀବନ ବାଛନ୍ତୁ। ବାହାରକୁ ଯିବା ପାଇଁ ବାହାନା ନ କରି ଘରେ ରୁହନ୍ତୁ। ରାଜ୍ୟ ତଥା ଦେଶ ବାହାରୁ ଯଦି କେହି ପରିଚିତ ଲୋକ ଆସିଥାନ୍ତି ତେବେ ତାଙ୍କ ସହ ଭଲ ବ୍ୟବହାର କରନ୍ତୁ। ହେଲଥ ହେଲପଲାଇନ ୧୦୪କୁ ଜଣାଇବା ସହ ପୃଥକବାସରେ ରହିବାକୁ ପରାମର୍ଶ ଦିଅନ୍ତୁ #OdishaFightsCoronahttps://t.co/bW7rnn6tbr
— H & FW Dept Odisha (@HFWOdisha) April 2, 2020