ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣଙ୍କର କୌଣସି ଅତିଜରୁରୀ କାମ ନାହିଁ, ତେବେ ଅଯଥାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କାରଣ ଆପଣ ବାହାରକୁ ବାହାରିବା ଫଳରେ ବାହାରୁ ନିଜେ ଏବଂ ନିଜର ପରିବାର ପାଇଁ ବିପଦ ଆଣିବେ । ଏହି ଲକ୍ ଡାଉନ୍ ସମୟରେ ଘରେ ରହି ଘରୋନାକୁ ଦୃଢ ମୁକାବିଲା କରନ୍ତୁ । ଏନେଇ ଟ୍ୱିଟ୍ ଯୋଗେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଲୋକଙ୍କୁ ସତ୍ତର୍କ କରାଯାଇଛି ।
ଘର ବାହାରକୁ ଯାଇ ନିଜର ତଥା ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ। ଲକଡାଉନ୍ ସମୟରେ ଘରେ ରହି କରୋନାର ଦୃଢ ମୁକାବିଲା କରନ୍ତୁ। #COVID19 #OdishaFightsCorona pic.twitter.com/0tD3Qk7QQg
— H & FW Dept Odisha (@HFWOdisha) March 31, 2020
ଦେଶରେ କରୋନା ସଙ୍କଟ ବଢିବାରେ ଲାଗିଛି । ଏହା ଥମିବାର ନାଁ ନେଉ ନାହିଁ । ଏହି ମାରାତ୍ମକ ଭାଇରସରୁ ରକ୍ଷା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ଏହି ଭାଇରସ ମଣିଷ ଠାଣୁ ଅନ୍ୟ ଜଣେ ମଣିଷକୁ ବ୍ୟାପିଥିବା ସରକାରଙ୍କ ପକ୍ଷରୁ ସମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବାରମ୍ବାର କୁହାଯାଉଛି । ଏହାସହିତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷିତ କରାଯାଇଛି ।