ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଙ୍କଟ ଦିନକୁ ଦିନକୁ ବଢିଚାଲିଛି । ଯାହା ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ସରକାରଙ୍କ ପକ୍ଷରୁ ଗୋଟେ ପରେ ଗୋଟେ କଡା ପଦକ୍ଷେପ ନିଆଯାଉଛି । ମାତ୍ର ସରକାରଙ୍କ ନିୟମକୁ କିଛି ଲୋକ ଅବମାନନା କରୁଛନ୍ତି । ଏନେଇ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏକ ଭିଡିଓ ଜରିଆରେ ଲୋକଙ୍କୁ ସତ୍ତର୍କତା କରାଇଛନ୍ତି ।
ସେ କହିଛନ୍ତି, ଆଜି ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ । ସେଥିପାଇଁ ସାମାଜିକ ଦ୍ୱରତ୍ୱ ବଜାୟ ରଖନ୍ତୁ, ସରକାରଙ୍କ ନିୟମକୁ ଅନୁପାଳନ କରନ୍ତୁ । ଘରେ ରୁହ ଏବଂ ଶାନ୍ତିରେ ରୁହନ୍ତୁ ।
ନିଜ ଘରେ ରୁହନ୍ତୁ, ସାମାଜିକ ଦୂରତା ନିୟମକୁ ମାନନ୍ତୁ ଓ ସରକାରଙ୍କ ନିୟମର ଅନୁପାଳନ କରନ୍ତୁ ବୋଲି ନିବେଦନ କରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ#StayHomeStaySafe
@PIB_India @MoHFW_INDIA @HFWOdisha @COVIDNewsByMIB@CMO_Odisha@sports_odisha@DilipTirkey@IPR_Odisha pic.twitter.com/dwoIuSMKeB— PIB in Odisha (@PIBBhubaneswar) April 4, 2020