ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାର ତଳେ ରହୁଥିବାବେଳେ ପିଲାଙ୍କ ସଂକ୍ରମଣ ଏବେ ଚିନ୍ତା ବଢାଉଛି । ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମଣଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୮୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୫ ଓ ସ୍ଥାନୀୟ ଅଞ୍ଚଳରୁ ୩୧୪ ଜଣ ଲୋକାଲ୍ କେସ୍ ରହିଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୧୦୬ ଜଣ କରୋନା ପଜିଟିଭ ଚିହ୍ନଟ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୪୬ ଜଣ , ବରଗଡ ଜିଲ୍ଲାରୁ ୧୩ ଜଣ , ଭଦ୍ରକ ଜିଲ୍ଲାରୁ ୯ ଜଣ , କଟକ ଜିଲ୍ଲାରୁ ୧୧୬ଜଣ, ଦେବଗଡ଼ ଜିଲ୍ଲାରୁ ୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ଜଣ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୪ଜଣ, ଯାଜପୁର ଜିଲ୍ଲାରୁ ୩୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କନ୍ଧମାଳ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୯୧ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମାଲକାନଗିରି ଜିଲ୍ଲାରୁ ୪ଜଣ, ନୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ, ନୟାଗଡ଼ ଜିଲ୍ଲାରୁ ୧୨ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୦ଜଣ, ଲେଖାଏ ଚିହ୍ନଟ ହୋଇଛନ୍ତି ।