ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶାରେ କରୋନାକୁ ବର୍ଷେ ପୂରିଛି । ୨୦୨୦ ମସିହା ମାର୍ଚ୍ଚ ୧୫ ତାରିଖରେ ଆଜିର ଠିକ୍ ବର୍ଷେ ତଳେ ଓଡିଶାରେ ପ୍ରଥମ କରୋନା ଚିହ୍ନଟ ହୋଇଥିଲେ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଶଷ ଇଟାଲୀ ଫେରନ୍ତା ଥିଲେ । ଏହାପରେ ତାଙ୍କୁ କ୍ୟାପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଓଡିଶାକୁ ସ୍ଥାନୀୟ ସଂକ୍ରମଣ ଏତେ ବଢିଗଲା ଯେ କରୋନାର ହଟସ୍ପଟ ପାଲଟି ଗଲା ରାଜଧାନୀ ଭୁବନେଶ୍ୱର । ଚାରି ଆଡେ ଆରମ୍ଭ ହୋଇଗଲା ଲକଡାଉନ ଓ ସଟଡାଉନ । ବନ୍ଦ ହୋଇଗଲା ମନ୍ଦିର,ହଲ,ସପିଙ୍ଗ ମଲ ଏବଂ ସବୁ କିଛି । ଗୃହମବନ୍ଦୀ ହୋଇଗଲେ ଲୋକେ ।ତେବେ ଏହାରି ଭିତରେ କରୋନା ସଂକ୍ରମଣକୁ ବର୍ଷେ ପୁରିଗଲା । କିନ୍ତୁ ରାଜ୍ୟରେ ଏବେ ବି ଟଳିନାହିଁ କରୋନା ସଂଙ୍କଟ ।
ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ୩ ଲକ୍ଷ ୧୯୨ ରେ ପହଞ୍ଚିଲାଣି । ଏଥିମଧ୍ୟରୁ ୩ଲକ୍ଷ ୩୫ହଜର ୫୬୯ ଜଣ ସୁସ୍ଥ ହୋଇଛନ୍ତି । ୬୫୨ ଜଣ ଆକ୍ରାନ୍ତ ଏବେ ସୁଦ୍ଧା ଚିକିତ୍ସିତ ହୋଇଛନ୍ତି ।୧୯ଶହ ୧୮ ଜଣଙ୍କର କରୋନା ମୃତ୍ୟୁ ହୋଇଛି । ଏହି ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡିଶା ।
କରୋନାର ବିପଦ ଟଳିନଥିବା ବେଳେ ଗତକାଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ କୋଭିଡ ଗାଇଡଲାଇନ କଡାକଡି ପାଳନ କରିବା,ମାସ୍କ ପିନ୍ଧିବା,ଭଲ କରି ହାତ ସାବୁନରେ ହାତ ଧୋଇବା,ଅନ୍ୟବଶ୍ୟକ ବାହାରେ ବୁଲିବା ନାହିଁ ବୋଲି ନବୀନ କହିଛନ୍ତି ।