ଭୁବନେଶ୍ୱର(ଏଟିଆର ବ୍ୟୁରୋ): ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିପଡିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି । ଏହି ଭାରଇରସରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବା ବେଲେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି ।
ପୂର୍ବରୁ ସ୍କୁଲ, କଲେଜ, ସିନେମା ହଲ, ମଲ୍ ଆଦି ଜନଗହଳିପୂର୍ଣ୍ଣ ଜାଗାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି କରେନା ଭାଇରସକୁ ରୋକିବା ପାଇଁ ମଦ ଦୋକାନ ମାନଙ୍କରେ ଧାଡିରେ ଆସି ମଦ କିଣିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଧାଡିରେ ଗ୍ରାହକ ମାନେ ୧ ମିଟର ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗ୍ରାହକଙ୍କୁ ମଦ ଦେବା ପୂର୍ବରୁ ମଦ ବୋତଲକୁ ସାନିଟାଇଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।