ବ୍ରହ୍ମପୁର(ଏଟିଆର ବ୍ରୁରୋ): ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ଏନେଇ ଗଞ୍ଜାମ ସଂକ୍ରମଣକୁୂ ଦୃଷ୍ଟିରେ ରଖି ଜିଲ୍ଲାପାଳ କଠୋର ଗାଇଡଲାଇନ ଜାରି କରିଛନ୍ତି । ଏଣିକି ବାହାଘର ଉତ୍ସବରେ ୧୦୦ ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ସେହିପରି ବାହାଘର ଭୋଜିରେ ଆଉ ବାହାର ଖାଦ୍ୟ ନୁହେଁ ବଂର ପ୍ୟାକେଟ ଖାଦ୍ୟ ଦିଆଯିବ । ଯିଦି କେଡି ଏହି ନିୟମକୁ ଉଲ୍ଲଂଘନ କରେ ତା ବିରେଧେରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଅଧିକ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ପ୍ରଶାସନ ପକ୍ଷରୁ ଏ ଦିଗରେ ସଜାଗ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ବିଗତ ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଉପରେ ରହୁଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪୩୨୬୮ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୫୮ଜଣ ଆକ୍ଟିଭ କେସ ରହିଥିବାବେଳେ ୩୩୭୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।