ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୧୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୩୫୩ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୦୯୦ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
22. Mayurbhanj: 165
23. Nawarangpur: 162
24. Nayagarh: 149
25. Nuapada: 196
26. Puri: 140
27. Rayagada: 208
28. Sambalpur: 247
29. Sonepur: 180
30. Sundargarh: 1505
31. State Pool: 664— I & PR Department, Odisha (@IPR_Odisha) January 20, 2022
New recoveries: 6785
Cumulative tested: 26916297
Positive: 1177462
Recovered: 1080562
Active cases: 88346— I & PR Department, Odisha (@IPR_Odisha) January 20, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୬୭୮୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭୭୪୬୨ ରହିଥିବା ବେଳେ ୮୮୩୪୬ ଜଣ ଚିକିତ୍ସିତ ହେଉଛନ୍ତି ।