ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ କରୋନା ତାର କାୟା ମେଲାଉଥିବା ବେଳେ ଏବେ ଓଡିଶାରେ ପ୍ଲାଟୋ ଷ୍ଟେଜରେ ରହିଛି । ଗତ ଦୁଇ ଦିନ ତିନ ହେବ କରୋନାର ସଂକ୍ରମଣ ଯେହେତୁ ଗୋଟେ ଲେଭେଲରେ ରହୁଛି ସେଥିପାଇଁ ଏହାକୁ ପ୍ଲାଟୋ ବୋଲି କୁହାଯାଉଛି । ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେ କହିଛନ୍ତି କି, ଓଡିଶାରେ କରୋନା ଏବେ ପ୍ଲାଟୋ ଷ୍ଟେଜରେ । ଆଗାକୁ ସ୍ଥିତିରେ ସୁଧାର ଆସି ସଂଖ୍ୟା କମିପାରେ ବୋଲି ଆଶା କରାଯାଉଛି କିନ୍ତୁ କଣ ହେବ ତାହା ନିର୍ଦ୍ଧିଷ୍ଟ ଭାବେ କହି ହେବନି । ପଜିଟିଭ ସଂଖ୍ୟା ଏଭଳି ସମାନ୍ତରାଳ ଭାବେ ରହିପାରେ । ରାଜ୍ୟରେ ଆଇସିୟୁ ବେଡ କମି ଯାଉଥିବାର ଲୋକଙ୍କ ମନରେ ସନ୍ଦେହ ରହିଛି କିନ୍ତୁ ରାଜ୍ୟର ଆୟୁସିୟୁ ବେଡ ମହଜୁଦ ଅଛି । ଆଗକୁ ଯଦି ମାମଲା ବୃଦ୍ଧି ହୁଏ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ମଧ୍ୟ ବଢାଯିବ ବୋଲି ଡିଏମଇଟି ସୂଚନା ଦେଇଛନ୍ତି ।