ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଥମିବାର ନାଁ ଧରୁନି । ଏବେ ଜଣେ ପୋଲିସ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ବାହାରି ଥିବା ଜାଣିବାକୁ ମିଳିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।
One of our police personnel on return from leave was subjected to precautionary testing & has been found to be COVID-19 positive. He is asymptomatic, 36 yrs & is being moved to our COVID Care facility. It’s learnt that he had come in contact with outside state labour. (1/2)
— COMMISSIONERATE POLICE (@cpbbsrctc) May 19, 2020
ପଜିଟିଭ ଚିହ୍ନଟ ହୋଇଥିବା ସଂପୃକ୍ତ ପୋଲିସ କର୍ମୀ ତାଙ୍କର ନମୁନା ଟେଷ୍ଟ କରାଯାଇଥିଲା । ତାଙ୍କୁ ୩୬ ବଷୟ ବୟସ । ତାଙ୍କଠାରେ କୌଣସି କରୋନା ଲକ୍ଷଣ ନଥିଲା । ମାତ୍ର ଏବେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ସଂଶ୍ପର୍ଷରେ ସେ ଆସିଥିବା ଅନୁମାନ କରାଯାଉଛି ।
ରାଜ୍ୟରେ ଏପର୍ଯ୍ୟନ୍ତ ୯୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୯୬ ଜଣଙ୍କ ଚିକିତ୍ସା ଚାଲିଛି । ଏହାସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି ।