ଗଞ୍ଜାମ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ତେବେ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ସରକାରଙ୍କ ଦ୍ୱାରା ରାଜ୍ୟର କିଛି ଯାଗାକୁ ହଟ୍ ସ୍ପଟ୍ ଭାବେ ଘୋଷଣା କରାଯାଇଛି । ଯେଉଁ ଥିରେ ଖୋର୍ଦ୍ଧା ମଧ୍ୟ ରହିଛି । ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଗଞ୍ଜାମରୁ କୌଣସି ବ୍ୟକ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଳକ୍ ଡାଉନ୍ ଫଳରେ କିଛି ସରକାରି କର୍ମଚାରୀ ମାନେ ଖୋର୍ଦ୍ଧା ଅଞ୍ଚଳରେ ଫସି ହୋଇ ରହିଥିଲେ । ତେବେ ପରେ ସେମାନେ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ । ସେମାନଙ୍କ ଉପରେ ବିଶେଷ ନଜର ରଖାଯାଇଛି ।
ଅନ୍ୟପଟେ ନିକଟରେ ୨ ଜଣ ଅଧିକାରୀ ବିନା ଅନୁମତି ନେଇ ଭୁବନେଶ୍ୱର ଯାଇଥିଲେ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ସେହିପରି ଭବିଷ୍ୟତରେ ଆଉ କେହି ଭୁବନେଶ୍ୱର ଯିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଯଦି କିଏ ବିନା ଅନୁମତିରେ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ହଟ୍ ସ୍ପଟ୍ ଅଞ୍ଚଳକୁ ଯାଇଥାଏ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି ।