ଭୁବନେଶ୍ୱର(ଏଟିଆର ବ୍ୟରୋ):କରୋନା କଟକଣାକୁ ସବୁ ଲୋକ ଭୁଲିଗଲେଣି । ରାଜଧାନୀରେ କରୋନା ସଂକ୍ରମଣ କମିବା ପରେ ଲୋକମାନେ ଏବେ ନିଶ୍ଚିତ ହୋଇଗଲେଣି । ଦୀର୍ଘଦିନର ଲକଡାଉନ ସଟଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କୋଭିଡ ଟିକା ଏବେ ଆଶ୍ୱସ୍ତି ଦେଇଛି ।
ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ପୁଣି ଥରେ ଫେରିଥିବାରୁ ଓଡିଶାରେ ଭୟ ଓ ଆଶଙ୍କା ପରିସ୍ଥିତି ଉପୁଜିଛି । ଏଭଳି ସ୍ଥତିରେ କମିସନରେଟ୍ ପୋଲିସ ପୁଣି ଥରେ କଠୋର ହେବାକୁ ଯାଉଛି । କରୋନା କଟକଣାକୁ କଡାକଡି କରିବାକୁ ଅଣ୍ଟା ଭିଡିଛି ପୋଲିସ କମିଶନରେଟ ପୋଲିସ ।
କରୋନା କଟକଣା କାଳରେ କମିସନରେଟ ପୁଲିସ ୬ ଟି ଜୋନକୁ ତିନିଭାଗରେ ବିଭକ୍ତି କରି ଟିମ୍ ଗଠନ କରିଥିଲା । ତିନିଜଣ ଡିସିପି ଏହି ଜୋନର ଦାୟିତ୍ୱ ନେଇଥିଲେ ।ସହରରେ ଭିଡ ବଢୁଥିବାବେଳେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି ।ନିଜ ଥାନା ଅଞ୍ଚଳରେ ଆଲର୍ଟ ରହିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଡିସିପି ଉମାଶଙ୍କର ଦାଶ କହିଛନ୍ତି ।
ଆଜିଠାରୁ ଏହି କଟକଣା ପୁଣିଥରେ କଡାକଡି ହେବାକୁ ଯାଉଛି । ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ହାଟ,ମଲ , ମନ୍ଦିର , ପାର୍କ ଓ ବିଭନ୍ନ ଦୋକାନଗୁଡିକୁ ଟାଗେର୍ଟ କରାଯାଇଛି ।
ଫେବ୍ରୁଆରୀ ମାସ ପାଇଁ ଲାଗୁ କରାଯାଇଥିବା ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କୈାଣସି ଲୋକମାନେ ଯଦି ଏହି ନିୟମକୁ ଉଲ୍ଲଘଂନ କଲେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।