ଅନୁଗୋଳ ( ଏଟିଆର ବ୍ୟୁରୋ): ଯାହା ଆଶଙ୍କା କରାଯାଉଥିଲା ଶେଷର ସେଇଆ ହେଲା ଏବେ ମଦ ଦୋକାନୀକୁ କରୋନା ପଜିଟିଭ । ଗତ ୧୯ ତାରିଖରେ ଅନୁଗୋଳରୁ ଏକ ମଦ ଦୋକାନର ୩ ଜଣ ସେଲସମ୍ୟାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାତ୍ର ଏମାନଙ୍କ ସଂସକପର୍ଶରେ ଆଶିଥିବା ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହଲେଣି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିହ୍ନଟ ୪ ଜଣଙ୍କ ମଧ୍ୟରେ ଜଣେ ଅବକାରୀ ବିଭାଗର ଅଧିକାରୀ ଅଛନ୍ତି । ଅଧିକାରୀ ଜଣଙ୍କ ମଧ୍ୟ ଅନେକ ଲୋକଙ୍କର ସଂସ୍ପର୍ଶରେ ଆସିଛନ୍ତି । ଯାହା ଏବେ ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଲୋକମାନେ ମଧ୍ୟ ଏବେ ଭୟରେ ରହିଛନ୍ତି ।
କାରଣ ମଦ ଦୋକାନ ମାଲିକଙ୍କ ଗାଡି ଚାଳକ ଓ ଚଳକଙ୍କ ପତ୍ନୀ କରୋନା ପଜିଟିଭ ହୋଇସାରିଛନ୍ତି । ଯେହେତୁ ସେମାନେ ପୌରପରିଷଦ ଅଞ୍ଚଳରେ ରୁହନ୍ତି ତେଣୁ ପରିସ୍ଥିତି ଅଣାୟତ ହୋଇପାରେ । ସେହିପରି ଚିହ୍ନଟ ହୋଇଥିବା ଅବକାରୀ ବିଭାଗର ଅଧିକାରୀ ମଧ୍ୟ ବିଭିନ୍ନ କାର୍ଯ୍ୟାଳୟ ମଧ୍ୟ ଯାତ୍ରା କରିଛନ୍ତି । ତେବେ ସ୍ଥାନୀୟ ଲୋକ ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ସଂଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।