ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ରାଜ୍ୟ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପ୍ରବାସୀ ଓଡିଆଙ୍କ ଘର ବାହୁଡା । ବିଭିନ୍ନ ପର୍ଯ୍ୟାୟରେ ଏବେ ପ୍ରବାସୀ ଓଡିଆ ଟ୍ରେନ ଓ ବସ ଯୋଗେ ରାଜ୍ୟକୁ ଫେରୁଛନ୍ତି । ପ୍ରଶାସନ ପକ୍ଷରୁ ସେମାନେ ଫେରିବା ପରେ କିଭଳି କ୍ୱାରେଣ୍ଟାଇନରେ ପହଞ୍ଚିବେ ସେନେଇ ପ୍ରଶାସନ କଡା ଦୃଷ୍ଟି ରଖିଛି । କାରଣ ଅନେକ ସମୟରେ ଦେଖିବାକୁ ମିଳୁଛି କ୍ୱାରେଣ୍ଟାଇନରେ ଥିବା କେତେକ ଅସାମାଜିକ ଲୋକ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଲୁଚିଲୁଚି ପଳାଉଛନ୍ତି । ତେବେ ଏଥିପାଇଁ ଏବେ କ୍ୱାରେଣ୍ଟାଇନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପୋଲିସ ଡିଜି । ସମସ୍ତ ଏସପି, ରେଞ୍ଜ ଆଇଜି, ଡିଆଇଜି ସହିତ ଭିଡିଓ କନଫରେନ୍ସି କରିଥିଲେ ।
ବିଶେଷ କରି ଏହି ବୈଠକରେ ପ୍ରବାସୀ ଓଡିଆଙ୍କ ଫେରିବାକୁ ନେଇ ଆଲୋଚନା ହୋଇଛି । ସୂଚନା ଅନୁସାରେ ଅନ୍ତରାଜ୍ୟ ତନଖି ଫାଟକ ଗୁଡିକରେ ଯାଞ୍ଚକୁ କଡକଡି କରାଯାଇଛି । ଯେଉଁ ଷ୍ଟେସନରେ ଟ୍ରେନ ଲାଗିବ ସେଠାରେ ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ ହେବେ । ସେହିଭଳି ସେମାନେ କେମିତି କ୍ୱାରେଣ୍ଟଣ୍ଟାଇନରେ ଥଇଥାନ ହେବେ ସେନେଇ ମଧ୍ୟ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେହିଭଳି ଲକ ଡାଉନ ନିୟମ ଖିଲାପକାରୀଙ୍କୁ କୌଣସି ପ୍ରକାର ମାଫ ନକରିବାକୁ ପୋଲିସ ଡିଜି ନିର୍ଦେଶ ଦେଇଛନ୍ତି ।