ପୁରୀ(ଏଟିଆର ବ୍ୟୁରୋ): ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା । ତେବେ ଚଳିତ ବର୍ଷ କରୋନା ମହାମାରୀ ବ୍ୟାପୁ ଥିବାରୁ ଅଳ୍ପ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା କରାଯିବ ବୋଲି ନଷ୍ପତି ହୋଇଛି । ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେବାୟତ ମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେମାୟତଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି । ତେଣୁ ଗରାବଡୁ ସେବାୟତ ମାନଙ୍କ କରୋନା ଟେଷ୍ଟ କରାଯିବ ।
ମୋଟ ୧୭୨ ଜଣଙ୍କ ଟେଷ୍ଟ କରାଯିବ। ଏହାର ରିପୋର୍ଟ ଆସିବା ପରେ ସେମାନଙ୍କୁ ସ୍ନାନ ପୂର୍ଣ୍ଣିମା ପାଇଁ କାର୍ୟ୍ୟ କରିବାକୁ ଅନୁମତି ମିଳିବ । ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏହା ସହ କିଭଳି ଭାବରେ କୋଭିଡ ୧୯ର ଗାଇଡଲାଇନ ମାନି ସଂପୃକ୍ତ ସେବାୟତ ମାନେ ସ୍ନାନପୂର୍ଣ୍ଣମା ଦିନ ଦିନ ତମାମ ନୀତିକାନ୍ତି ସଂପାଦନ କରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଛି । କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରୁ ମାସ୍କ ପିନ୍ଧି ଅଧିବାସ ଗୃହରୁ ୧୦୮ ଗରା ସୁବାସିତ ଜଳ ସ୍ନାନମଣ୍ଡପ ଉପରକୁ ନେବେ ସେଥିପାଇଁ ସେବାୟତମାନଙ୍କୁ ତାଲିମ ଦିଆଯାଉଛି ।