ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଷ୍ଟେନ । ଏନେଇ ରେଲୱେ ଷ୍ଟେସନ ପାଇଁ କିଛି ନିଷ୍ପତ୍ତି ହୋଇନଥିବା ବେଳେ ଏୟାରପୋର୍ଟରେ ଆଜି ସନ୍ଧ୍ୟାରେ ଟେଷ୍ଟି ସେଣ୍ଟର କରାଯିବ । ଏନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କାର ସ୍କ୍ରଂନି କରାଯିବ । ଯଦି ସେମାନଙ୍କ ମଧ୍ୟରେ କିଛି ଲକ୍ଷଣ ରହିଥିବାର ଜଣାପଡିବ ତେବେ ତୁରନ୍ତ ସେମାନଙ୍କୁ ଟେଷ୍ଟି କରାଯିବ । ଏ ନେଇ ବିଏମସି ଉପରେ ଦୃଷ୍ଟି ରଖିଛନ୍ତି କମିଶନର ।
ଦୁଇ ଦିନ ପୂର୍ବେ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଯେଉଁଥିରେ ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।