ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏବେ କରୋନା ସହିତ ଯୁଦ୍ଧ କରୁଛି । ଏହି ଅବସରରେ ଭାରତ ଗତ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିଥିବା ବେଳେ ଏବେ ଭାରତର ଅଧାରୁ ଅଧିକ ରାଜ୍ୟ ଲକ ଡାଉନ ରଖିଛନ୍ତି । ତେବେ ଭାରତ ପକ୍ଷରୁ ନିଆଯାଉଥିବା ଏହି ଆକ୍ରାମଣାତ୍ମକ ପଦକ୍ଷେପକୁ ଏବେ ଡବ୍ଲୁଏଚଓ ପ୍ରଶଂସା କରିଛି ।
ଡବ୍ଲୁଏଚଓର ନିର୍ଦେଶକ ମାଇକେଲ ଜେ ରେୟାନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ ନିଜର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ଆକ୍ରାମଣାତ୍ମକ ପଦକ୍ଷେପ ଜାରି ରଖିବା ଦରକାର । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଏବେ ସାରା ବିଶ୍କୁ କହୁଛି ସମସ୍ତେ ଅସ୍ତ୍ର ବିରତୀ କରନ୍ତୁ । ଏବେ ପ୍ରକୃତ ଶତୃ ଅଥବା କରୋନା ସହିତ ଏଢେଇ କରି ନିଜକୁ ସୁରକ୍ଷିତ ରଖନ୍ତୁ ।