ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ସକାଳୁ ସକାଳୁ ୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫ କୁ ବୃଦ୍ଧି ପାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ୨୬ ପଜିଟିଭ ମଧ୍ୟରେ ୧୯ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡାରୁ ୫ ଜଣ ଓ ଭଦ୍ରକର ୨ ଜଣ ରହିଛନ୍ତି ।
ତେବେ ଏହି ନୂଆ ସଂକ୍ୟା ମିଶିବା ପରେ ଗଞ୍ଜାମଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୪୭ କୁ ବୃଦ୍ଧି ପାଇଛି । ସେହିଭଳି ଏହି ନୂଆ ସଂଖ୍ୟା ମିଶିବା ପରେ ଭଦ୍ରକରେ ମୋଟ ପଜିଟିଭ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି । ସେହିଭଳି କେନ୍ଦ୍ରାପଡାରେ ସଂଖ୍ୟା ୮ କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୪୫ ରହିଥିବା ବେଳେ ସେଥିମଧ୍ୟରୁ ୧୮୧ ଜଣ ସକ୍ରିୟ ଥିବା ବେଳେ ସେଥିମଧ୍ୟରୁ ୬୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୬୦ ଟି ନମୂନା ପରୀକ୍ଷା କରାଯାଇଛି ।