ଗଞ୍ଜାମ (ଏଟିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ଏବେ ହୁହୁ ହୋଇ ବଢୁଛି କରୋନା । ଖୋର୍ଦ୍ଧା ଓ ଯାଯପୁର ଜିଲ୍ଲାକୁ ପଛରେ ପକାଇ ଦେଇଛି ଗଞ୍ଜାମ । ଗତକାଲି ରାତି ସୁଦ୍ଧା ଜିଲ୍ଲାରେ ୭୧ ଜଣ ଚିହ୍ନଟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସବୁଠାରୁ ବଡ କଥା ହେଲା ଗତ ସପ୍ତାହେ ତଳେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ମାତ୍ର ହାତ ଗଣତି କେଇଟା ଦିନରେ ସବୁ ରେକର୍ଡକୁ କାଟିଛି । ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି ପରିପ୍ରେକ୍ଷୀରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ୧୪୪ ଧାରା ଜାରି କରାଯାଇଛି ।
କେନ୍ଦ୍ରର ୧୦୦ ମିଟର ଦୂରତା ପର୍ୟ୍ୟନ୍ତ ଗହଳିଚହଳିକୁ ନିଷେଧ କରାଯାଇଛି । ଜିଲ୍ଲାପାଳ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଏଥିରେ ଜିଲ୍ଲାବାସୀ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।