ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଯେଉଁଭଳି ଭାବରେ ବଢି ଚାଲିଛି ତାହା ଏବେ ରାଜ୍ୟ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ମିଳିଥିବା ସୂଚନା ମୁତାବକ ଆଜି ରାଜ୍ୟରେ କରୋନା ସଂକ୍ରମଣରେ ୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ମିଶିବା ପରେ ଏବେ ରାଜ୍ୟରେ ମୋଟ ୧୦୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଏବଂ ରାୟଗଡା ଜିଲ୍ଲାର ରହିଛନ୍ତି । ସୂଚନଯୋଗ୍ୟ ରାଜ୍ୟରେ ଏବେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୮୭୫୭ ରହିଥିବା ବେଳେ ୧୨୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ୫ ହଜାର ୭୫୩ ଟି ଆକ୍ଟିଭ କେସ ରହିଛି ।