ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ସାରା ଦେଶ ଲକ ଡାଉନ ହୋଇଛି । ଆଜିଠାରୁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ ରହିବ । ଏନେଇ ଗତକାଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ରାଜ୍ୟକୁ ଲକ ଡାଉନ କରିଥିଲେ । ଉଦେଶ୍ୟ ରହିଛି କେବଳ ଗୋଟିଏ । ତାହାହେଲା ସାମାଜିକ ଦୁରତ୍ୱ ରକ୍ଷା କରିବା । ଯେହେତୁ ସାରା ବିଶ୍ୱରେ ଏବେ କରୋନା ପାଇଁ କୌଣସି ଔଷଧ ବାହାରି ନାହିଁ ।
ଏହାକୁ କାବୁ କରିବାର ଗୋଟିଏ ମାଧ୍ୟମ ହେଲା ଦୂରତା ରକ୍ଷା କରିବା । ମାତ୍ର ଏହି ବ୍ୟବସ୍ଥାର ବ୍ୟତିକ୍ରମ ଏବେ କେତେକ ଗ୍ରୋସରୀ ଦୋକାନରେ ଦେଖିବାକୁ ମିଳୁଛି । ଗୋସରୀ ଦୋକାନରେ ସଉଦା ନେବା ପାଇଁ ଲୋକମାନେ ଚଢା ଭିଡା ହେଉଛନ୍ତି । ଯାହାଫଳରେ ସାମାଜିକ ଦୂରତା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ତେବେ ଏନେଇ ପ୍ରଶାସନ କଡା ନଜର ରଖୁ ବୋଲି ଦାବି ହେଉଛି ।