ଜଗତସିଂହପୁର (ଏଟିଆର ବ୍ୟୁରୋ): ଜଗତସିଂହପୁର ଜିଲ୍ଲାରେ ଆଜି କରୋନା କୋପ ପାଇଁ ୧୪୪ ଧାରା । ଜଗତସିଂପୁର ଶାରଳା ମନ୍ଦିର, ଗୋରେଖନାଥ ମନ୍ଦିର, ଶିଳାଳୀ ବେଳଭୂମି, ପାରାଦୀପ ବେଳାଭୂମି ଆଦି ସ୍ଥାନରେ କଟକଣା କଡାକଡି କରାଯାଇଛି । କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି ।
ଯେଉଁ ବ୍ୟକ୍ତି ଏହାକୁ ନମାନିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ସେହିଭଳି ଲ୍ଲ୍ାକୁ ଫେରିଥିବା ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ କଡା ନଜର ରଖିଛି ପ୍ରଶାସନ । ଆସନ୍ତା ଏପ୍ରିଲ ୧ ରେ ହେବାକୁ ଥିବା ଜିଲ୍ଲା ଉତ୍ସବ ମଧ୍ୟ ବାତିଲ ହୋଇପାରେ ବୋଲି ସୂଚନା ମିଳୁଛି ।