ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସରକାରୀ କର୍ମଚାରୀକୁ ଥଣ୍ଡା , ଜ୍ୱର କିମ୍ବା କାଶ ହେଲେ ୧୪ ଦିନର ଛୁଟି ଦିଆଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା ଘୋଷଣା କରିଛନ୍ତି । ଶ୍ରୀ ଚୋପ୍ରା କହିଛନ୍ତି ଥଣ୍ଡା , ଜ୍ୱର କିମ୍ବା କାଶ ଆଦି ହେଲେ ସରକାରୀ କର୍ମଚାରୀଙ୍କୁ ୧୪ ଦିନର ଛୁଟି ପ୍ରଦାନ କରାଯିବ । ସୁରକ୍ଷା ପାଇଁ ସେମାନେ ୧୪ ଦିନ ହୋମ ଆଇସୋଲେନରେ ରହିବେ ।
ସୂଚନାଯୋଗ୍ୟ ଏଯାବତ ରାଜ୍ୟରେ ୪୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୪୬ ଜଣଙ୍କର ନମୁନା ନେଗେଟିଭ ରହିଛି । ଯାହା ସୂଚନା ଦେଇଛନ୍ତି ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗ ଚି । ରାଜ୍ୟରେ ଏବେ ସସ୍ତ ସପିଙ୍ଗ ମଲ, ଜିମ ସେଣ୍ଟର ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ସେହିଭଳି ଆଜିଠାରୁ ଶ୍ରୀମନ୍ଦିରରେ କରୋନା ଭାଇରସ ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ରାମଦାସ ମହାପାତ୍ର । ମାତ୍ର ପୂର୍ବଭଳି ମହାପ୍ରଭୂଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ।