ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଚିହ୍ନଟ ହୋଇଥିବା ୪ ଜଣ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ ପାଇଛି । ତେବେ ଆସନ୍ତୁ ନଜର ପକାଇବା ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ ।
୫୧ ନଂ କରୋନା ସଂକ୍ରମିତ – ଏହି ବ୍ୟକ୍ତ ଜଣଙ୍କ ଘର ସୁନ୍ଦରଗଡର ବିଶ୍ରା ଅଞ୍ଚଳରେ । ସେ ଜଣେ ବୟସ୍କ ଲୋକ । ତାଙ୍କ ବୟସ ୬୭ ବର୍ଷ । ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୫ ତାରିଖରେ ଉତ୍କଳ ଏକ୍ସପ୍ରେସ ରେ ରାଉରକେଲା ଛାଡିଥିଲେ । ମାର୍ଚ୍ଚ ୬-୧୦ ପର୍ଯ୍ୟନ୍ତ ଦିଲ୍ଲୀ ନିଜାମୁଦ୍ଦିନକୁ ଯାଇଥିଲେ । ୧୦ ମାର୍ଚ୍ଚରେ ନିଜାମୁଦ୍ଦିନରୁ ବିଳାଶପୁର ସମ୍ପର୍କକ୍ରାନ୍ତି ରେ ଓଡିଶା ଆସିଥିଲେ । ୧୧ ମାର୍ଚ୍ଚରେ ରାଉରକେଲାରେ ପହଞ୍ଚି ଅଟୋରେ ବିସ୍ରା ଯାଇଥିଲେ । ମାର୍ଚ୍ଚ ୧୨ରୁ ୨ ଏପ୍ରିଲ ଯାଏ ହୋମ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କୁ ୨ ଏପ୍ରିଲରୁ ୧୧ ଏପ୍ରିଲ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ଗତକାଲି ତାଙ୍କର ନମୂନା ପଜିଟିଭି ଆସିଥିଲା । ସେ ଏବେ ରାଉରକେଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
୫୨ ନଂ ଆକ୍ରାନ୍ତ – ସେ ମଧ୍ୟ ସୁନ୍ଦରଗଡ ବିଶ୍ରା ଅଞ୍ଚଳର । ସେ ନିଜାମଉଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ବୟସ ୧୮ ବର୍ଷ । ସେ ଗତ ମାର୍ଚ୍ଚ ୧୦ ତାରିଖରେ ନିଜାମ ଉଦ୍ଦିନ ଫେରନ୍ତାଙ୍କ ସହିତ ଯୋଗାଯୋଗ ହୋଇଥିଲେ ବା ସଂସ୍ପର୍ଶରେ ଆସିଥିଲେ । ୧୦ ତାରିଖ ଦିନ ସେ ଯାଜପୁରରୁ ରାଉରକେଲା ଯାଇଥିଲେ । ସେଠାରୁ ଅଟୋ ଯୋଗେ ୧୧ ତାରିଖରେ ବିଶ୍ରା ଯାଇଥିଲେ । ସେହିଭଳି ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏକ ମସଜିଦରେ ରହିଥିଲେ । ସେ ଗତ ପାଞ୍ଚ ତାରିଖରେ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ଗତକାଲି ସେ କରୋନା ପଜିଟିଭ ବୋଲି ଜଣା ପଡିଛି ।
୫୩ ନଂ କରୋନା ସଂକ୍ରମିତ – ବ୍ୟକ୍ତି ଜଣଙ୍କ ରାଜଧାନୀର । ମାର୍ଚ୍ଚ ୨୫ ରୁ ୩ ଅପ୍ରେଲ ପର୍ଯ୍ୟନ୍ତ କେଶୁରା, ବାଙ୍କୁଆଳ ଓ ସହିଦନଗରରେ ରହିଥିଲେ । ସେ ଏପ୍ରିଲ ୪ ରୁ ୬ ପର୍ଯ୍ୟନ୍ତ ୪୨ ନଂ କରୋନା ସଂକ୍ରମିତଙ୍କ ଆଟେଡାଣ୍ଟ ରହିଥିଲେ । ତାଙ୍କ କ୍ୱାରେଣ୍ଟାଇନ ଟାଇମ ହେଲା ୭ ଅପ୍ରେଲରୁ ୧୦ ଅପ୍ରେଲ । ଗତକାଲି ତାଙ୍କର ରିପୋର୍ଟ ପଜିଟିଭ ଜଣା ପଡିଛି ।
୫୪ ନଂ କରୋନା ସଂକ୍ରମିତ- ୫୪ ନଂ ସଂକ୍ରମିତ ଜଣେ ଯୁବତୀ । ତାଙ୍କର ବୟସ ୧୭ ବର୍ଷ । ଯୁବତୀ ଜଣଙ୍କ ଗୋଟେ ଆମ୍ବୁଲାନ୍ସରେ କୋଲକତାରୁ ନିଜ ଗାଁକୁ ଆସିଥିଲେ । ସେ ୩୦ ମାର୍ଚ୍ଚରୁ ଅପ୍ରେଲ ୧୧ ପର୍ଯ୍ୟନ୍ତ ହୋମକ୍ୱାରେଣ୍ଟାଇନରେ ରହିଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଜଣା ପଡିଛି । ଯୁବତୀ ଜଣଙ୍କୁ କଟକ କୋଭିଡ ହସ୍ପିଟାଲରେ ରଖାଯାଇଛି ।