ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀ ଏବେ କରୋନା ହଟସ୍ପଟ ପାଲଟିଛି । କେନ୍ଦ୍ର ସରକାର ମଧ୍ୟ ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟସ୍ପଟ ଜିଲ୍ଲାଭାବେ ଘୋଷଣା କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ କରୋନା ମୁକାବିଲା ପାଇଁ ସର୍ବାଧିକ ଗରୁତ୍ୱ ଦିଆଯାଉଛି । ଭୁବନେଶ୍ୱର କିଭଳି କରୋନା ମୁକ୍ତ ହେବ ସେନଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଭୁବନେଶ୍ୱରରେ ଅଧିକ ମାତ୍ରାରେ ଟେଷ୍ଟି କରିବାକୁ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଏନେଇ ରାଜଧାନୀରେ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି । ଯେଉଁମାନେ ୭ ଦିନରେ ୫ ହଜାର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ । ତେବେ ଏହା ସଫଳ ରୂପାୟନ ଏବେ ଦେଖିବାକୁ ମିଳିଛି । ଗତ ୩ ଦିନ ମଧ୍ୟରେ ରାଜଧାନୀରେ ୨୫୦୦ ନମୂନା ସଂଗ୍ରହ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଅନପଟେ ରାଜଧାନୀରେ ମଧ୍ୟ କରୋନା ରୋଗୀ ଦିନକୁ ଦିନ ସୁସ୍ଥ ହେବାରେ ଲାଗିଛନ୍ତି । ଭୁବନେଶ୍ୱର ପାଇଁ ୧୩ ସ୍ପେଶାଲ ଟିମ ଗଠନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଟିମ ଗଠନ କରାଯାଇଛି । ପ୍ରତି ଟିମ୍ରେ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣ କର୍ମଚାରୀ ରହିଛନ୍ତି । ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ୍ ହୋଇଛନ୍ତି। ଡାକ୍ତର ଏହି ଟିମ୍ ପରିଚାଳନା ଦାୟିତ୍ବରେ ରହିଛନ୍ତି । ରାଜଧାନୀରେ ଆସନ୍ତା ୭ ଦିନ ମଧ୍ୟରେ ୫ ହଜାର ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।