ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଆଜି ୫ ଜଣ କରୋନା ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା । ତେବେ ସେମାନଙ୍କ ବିଷୟରେ କୌଣସି ତଥ୍ୟ ପ୍ରକାଶ ପାଇନଥିଲା । ଯାହାକୁ ନେଇ ଆଶଙ୍କା ଅଧିକ ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ଜଣା ପଡିଥିବା ୭ ପଜିଟିଭ ୫ ଜଣ ଭଦ୍ରକର ହୋଇଥିବା ବେଳେ ୨ ଜଣ ବାଲେଶ୍ୱରର ବୋଲି ଜଣାପଡିଛି । ଏନେଇ ଭଦ୍ରକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ୫ ଜଣ ମଧ୍ୟରୁ ୩ ଜଣ ବାସୁଦେବପୁରର ହୋଇଥିବା ବେଳେ ୨ ଜଣ ଭଣ୍ଡାରୀ ପୋଖରୀର ବୋଲି ଜଣା ପଡିଛି ।
ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଏହି ସାତ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ପଜିଟିଭ ସଂଖ୍ୟା ୬୮ ରେ ପହଞ୍ଚିଛି । ରାଜ୍ୟରେ ସର୍ବମୋଟ ୧୦୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୬୮ ଟି ପଜିଟିଭ ଆସିଥିବା ବେଳେ ୧୦୫୭୩ ଟି ନମୂନା ନେଗେଟିଭ ରହିଛି । ଗତକାଲି ୯୫୧ ଟି ନମୂନା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।
7 New Positive Cases of #Covid19 found in #Odisha
5 new Positive Cases From Bhadrak.
2 new Positive Cases From Balasore.
Total no of cases detected: 68
Contact tracing and follow up action is being done.
— I & PR Department, Odisha (@IPR_Odisha) April 20, 2020