ଭୁବନେଶ୍ୱର ( ଏଟିଆର ବ୍ୟେୁରୋ): ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଛି । ଗତକାଲି ଯାଜପୁରରେ ନୂଆ ୬ ଜଣ ପଜିଟିଭ ଚିହ୍ନଟ ହେବା ପରେ ୯୪ ରେ ଥିବା ସଂଖ୍ୟା ୧୦୦ ଛୁଇଁଛି । ତେବେ ତକାଲି ଯାଜପୁରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କର କଲିକତା ଲିଙ୍କ ରହିଥିବା ସୂଚନା ମିଳିଛି ।
ଏହି ୬ ଜଣ ପଜିଟିଭ ଚିହ୍ନଟ ହେବା ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜଣା ପଡିଛି । ସେମାନଙ୍କ ବୟସ ୫୨,୨୩,୪୯, ୫୭,୩୯ ଓ ୫୦ ବର୍ଷ ରହିଥିବା ଜଣାପଡିଛି । ତେବେ ମୋଟ ୧୦୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ।
Health Update: 25th April, 2020
Six New Positive Cases in Jajpur
52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male.
(All Kolkata Returnees)
Contact tracing and followup action is being done.
Total Positive Case in Odisha: 100
— I & PR Department, Odisha (@IPR_Odisha) April 25, 2020
ସେହିଭଳି ୬୫ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ଏହି ୩ ଜିଲ୍ଲାକୁ ୬୦ ଘଣ୍ଟିଆ ସଟ ଡାଉନ କରାଯାଇଛି ।