ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ଯାଜପୁରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପର ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁଥିଲା । ତେବେ ଆଜି ପୁଣି ଆଉ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ସଂଖ୍ୟା ୧୦୩ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ତଥ୍ୟ ଦିଆଯାଇଛି ।
ଏଥିମଧ୍ୟରୁ ୬୮ ଟି ଆକ୍ଟିଭ କେସ ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ମିଳୁଛି ।
Health Update, 26th April
03 New Positive Cases in Sundargarh (Rourkela)
23 Yr Male, 60 Yr Male & 57 Yr Female
(Two are confirmed close contacts of earlier positive case. One is a suspected contact)
Total Positive Case: 103
Contact tracing and followup action is being done.
— I & PR Department, Odisha (@IPR_Odisha) April 26, 2020
ସୂଚନାଯୋଗ୍ୟ ପୂର୍ବରୁ ସୁନ୍ଦରଗଡ ଜିଲ୍ଲାରୁ ୩ ଜଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ପୁଣି ୩ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି । ତେବେ ଏମାନଙ୍କ କୌଣସି ଅଧିକ ତଥ୍ୟ ସ୍ପଷ୍ଟ ହୋନାହିଁ ।