ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । କରୋନାର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ପାଇଁ ଆୱାନ ଦେବା ପରେ ଏବେ ବିଭିନ୍ନ ସଂଗଠନ ଓ ଦଳ ପକ୍ଷରୁ ଏହାକୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଜନତା କର୍ଫ୍ୟୁ ପାଇଁ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେହିଭଳି ବ୍ୟବସାୟୀ ମହାସଂଘ ପକ୍ଷରୁ ମଧ୍ୟ ନିଷ୍ପତ୍ତି ହୋଇଛି ରବିବାର ଦିନ ଦୋକାନ ବଜାର ବନ୍ଦ ରଖିବାକୁ ।
ସୂଚନାଯୋଗ୍ୟ କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ଠାରୁ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବାରବାଟୀ ଷ୍ଟାଡିୟମରେ ଥିବା ସଚିନ ତେନ୍ଦୁଲକର ଇନଡୋର ହଲ୍, କର୍ପୋରେଟର ବକ୍ସ, ଏସି ବକ୍ସ ଆଦି ସ୍ଥାନକୁ ଆଇସୋଲେଶନ ୱାର୍ଡରେ ପରିଣତ କରାଯିବ । ଏଠାରେ ପ୍ରାୟ ୨୦୦ଟି ବେଡ୍ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି । ଏହି ଭୟଙ୍କର ଭାଇରସ ଏବେ ସାରା ବିଶ୍ୱରେ ଏବେ ୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ସେହିଭଳି ଭାରତରେ ୨୫୦ ରୁ ଅଧିକ ଲୋକ ଏହି ଭାଇରସରେ ଅକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି ।